भारतीय भाषाओं द्वारा ज्ञान

Knowledge through Indian Languages

Dictionary

Odiya Loka Sanskruti Sabdakosa

Odisha Sahitya Akademi

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

ଅଭିଷେକ

୧. ରାଜା, ଜମିଦାର ଇତ୍ୟାଦି ଗାଦିରେ ବସିବାର ଉତ୍ସବ l ୨. ଦେବତାଙ୍କ ଉପରେ ଜଳ ଢ଼ାଳି ତାଙ୍କୁ ସ୍ନାନ କରାଇବା ଏବଂ ମନ୍ତ୍ର ଉଚ୍ଚାରଣ କରି ବିବିଧ ଭୋଗଭାଗ କରିବା l ଶିବଙ୍କ ଜଳସ୍ନାନକୁ ରୁଦ୍ରାଭିଷେକ କୁହାଯାଏ l

ଅଭିସଂପାତ

ଅଭିଶାପ, ଅନ୍ୟପ୍ରତି କରାଯାଉଥିବା, ହାତଗୋଡ଼ ଛିଡ଼ିପଡ଼ିବା ଇତ୍ୟାଦି ଗ୍ରାମ୍ୟଗାଳି l

ଅଭେକା

ଭେକ ନଥିବା, ଉପଯୁକ୍ତ ବେଶ ପୋଷାକ ନଥିବା, ଦରିଦ୍ର ଶ୍ରେଣୀର ଲୋକ l

ଅମଣିଆ

୧. ଯେଉଁ ବଳଦ ହଳ ବା ଶଗଡ଼ ବୋହିବାରେ ଅଭ୍ୟସ୍ତ ହୋ‌ଇ ନଥାଏ, ତାହାକୁ ଅମଣିଆ କହନ୍ତି l ଏହାକୁ ଅଭ୍ୟସ୍ତ କରାଇବା କ୍ରିୟାକୁ ମଣ କୁହାଯାଏ l୨. ଅମଣିଆକୁ ଅହ୍ମଣିଆ କୁହାଯାଏ l କୌଣସି ଦେବଦେବୀଙ୍କୁ ଭୋଗ ଲାଗି କରାଯିବା ଉଦ୍ଦେଶ୍ୟରେ ପ୍ରସ୍ତୁତ ହୋଇ ସୁନିର୍ଦ୍ଦିଷ୍ଟ ଭାବରେ ରଖାଯାଇଥିବା ଭୋଗ ସାମଗ୍ରୀକୁ ଅହ୍ମଣିଆ କୁହାଯାଏ l

ଅମାବାସ୍ୟା

ଉଆଁସ, ଅମାସ୍ୟା, ଅମେଇସିଆ ରୂପେ ପରିଚିତ l ପ୍ରତିମାସରେ ଗୋଟିଏ କରି, ବର୍ଷକରେ ବାରଗୋଟି ଅମାବାସ୍ୟା ପଡ଼େ l ଯଥା ବୈଶାଖରେ ରୁକ୍ମଣୀ ଅମାବାସ୍ୟା, ଶ୍ରାବଣରେ ଚିତାଲାଗି ଅମାବାସ୍ୟା, ଭାଦ୍ରବରେ ସପ୍ତପୁରୀ ଅମାବାସ୍ୟା, କାର୍ତ୍ତିକ ମାସରେ ଦୀପାବଳୀ ଅମାବାସ୍ୟା, ପୌଷରେ ବକୁଳଲାଗି ଅମାବାସ୍ୟା, ମାଘରେ ତ୍ରିବେଣୀ ଅମାବାସ୍ୟା, ଫଗୁଣରେ ଜାଗର ଅମାବାସ୍ୟା ଇତ୍ୟାଦି l ଲୋକ ସମାଜରେ ଅମାବାସ୍ୟା ପାଳିତ ହୁଏ ଏବଂ ଏଇ ତିଥିରେ ଅନେକ ଲୋକ ମଧ୍ୟ, ରାତ୍ରରେ ଭୋଜନ କରନ୍ତି ନାହିଁ l

ଅମାର

ଧାନକୋଠି, ମରେଇ l ଝାଟିମାଟିରେ ଗୋବର ଲେପ ଦେଇ ପ୍ରସ୍ତୁତ ହୋ‌ଇଥାଏ ଓ ଧାନ ପୂରାଇବା ଓ କାଢ଼ିବା ପାଇଁ ବାଟ ରହିଥାଏ l କାଠ ପଟା ଅଥବା ବାଉଁଶରେ ଏହାର ତଳ ଚଟାଣ, ମାଟି ଉପରୁ ଦୁଇ ତିନି ହାତ ଉଚ୍ଚରେ ଗଢ଼ାଯାଏ l ମୂଷା ଇତ୍ୟାଦିଙ୍କ କବଳରୁ ଧାନକୁ ସୁରକ୍ଷା ଦେବାକୁ ଏହା ନିର୍ମିତ ହୋ‌ଇଥାଏ l ବହୁଦିନ ଧରି ଏହା ଭିତରେ ଧାନ ସୁରକ୍ଷିତ ଥାଏ l

ଅମାଲୁ

ଅଟା, ଚାଉଳଚୂନା ଓ ଗୁଡ଼ରେ ତିଆରି ହୋ‌ଇଥିବା ମିଠାଳିଆ ଘିଅପିଠା l ଦିଅଁଙ୍କ ଭୋଗ ପାଇଁ ବିଶେଷ ଉତ୍ସବ ଗୁଡ଼ିକରେ ଏହା ତିଆରି ହୋ‌ଇଥାଏ l ଜଗନ୍ନାଥଙ୍କ ପାଖରେ ଏହା ଭୋଗ ହୁଏ l

ଅମୃତକୁଣ୍ଡ

ସତ୍ୟପୀରଙ୍କ ପାଖରେ ଭୋଗ କରାଯାଉଥିବା ଶିରିଣୀ l ଏଥିରେ ଶାଳୀଧାନ ବା ଗହମଗୁଣ୍ଡ, ଦୁଧ, କଦଳୀ, ଶର୍କରା ଓ ଘିଅ ପଡ଼ି ଚକଟା ହୋ‌ଇଥାଏ l କେତେକ କ୍ଷେତ୍ରରେ ଦୁଧ, ଛେନା, ଘିଅ, ନଡ଼ିଆକୋରା, ମରିଚ, ଅଦା ଓ କଦଳୀ ପକାଯାଇ ଯେଉଁ ସ୍ଵାଦିଷ୍ଟ ପଣା ପ୍ରସ୍ତୁତ ହୁଏ, ତହାକୁ ମଧ୍ୟ ଅମୃତକୁଣ୍ଡ କୁହାଯାଏ l

ଅମୃତମଣୋହି

ଜଗନ୍ନାଥ ମହାପ୍ରଭୁଙ୍କ ଭୋଗ ବିଶେଷ l ଏହାକୁ ଅମୃତମଣି ମଧ୍ୟ କୁହାଯାଏ l ଜଗନ୍ନାଥ ମହାପ୍ରଭୁଙ୍କର ବିଭିନ୍ନ ସ୍ଥାନରେ ବିଭିନ୍ନ ଜମି ଅଛି l ଏହି ଜମିକୁ ମଧ୍ୟ ଅମୃତମଣି କୁହାଯାଏ l ଏଥିରେ ଉତ୍ପନ୍ନ ଶସ୍ୟର କିଛି ଅଂଶ ଜଗନ୍ନାଥଙ୍କ ଭୋଗପାଇଁ ପ୍ରଦାନ କରାଯାଏ l ଧର୍ମପ୍ରାଣ ବ୍ୟକ୍ତି ଜଗନ୍ନାଥଙ୍କ ନିମିତ୍ତ ଖଂଜି ଦେଉଥିବା ଜମି ଅମୃତମଣିରେ ସମିଲ ହୁଏ l

ଅର

ଅଖଠାରୁ ଚକର ବାହାର ବ୍ୟାସ ପର୍ଯ୍ୟନ୍ତ ସଂଯୁକ୍ତ କାଠ ଖଣ୍ଡ l ଆଠ, ବାର, ଷୋଳ ପର୍ଯ୍ୟନ୍ତ ଅର ଥାଇ ଚକ ତିଆରି ହୋ‌ଇଥାଏ l ଶଗଡ଼ ଚକ ଖାଲରେ ପଡ଼ିଗଲେ, ଏଇ ଅରକୁ ହାତରେ ଠେଲି ଖାଲରୁ ଉଠାଯାଏ l

ଅରଘଟ

କୂଅରୁ ପାଣି କାଢ଼ିବା ପାଇଁ ବ୍ୟବହୃତ ଚକି l ଏହା ଉପରେ କୂଅ ଦ‌ଉଡ଼ି ଦେଇ ଘଟ, ଗରା ପ୍ରଭୃତି କୂଅକୁ ଛଡ଼ାଯାଏ ଓ ପାଣିଭର୍ତ୍ତି ହେଲେ, ଦ‌ଉଡ଼ା ଟାଣିଲେ ଏଇ ଚକି ସାହାଯ୍ୟରେ ପାଣିପାତ୍ର ସହଜରେ ଉପରକୁ ଉଠାଯାଇପାରେ l

ଅରଟ

ଚରଖା, ସୂତା କାଟିବା ପାଇଁ ବ୍ୟବହୃତ ଚକ୍ରଯୁକ୍ତ କାଠ ତିଆରି ଯନ୍ତ୍ର l ଏହା ସାହାଯ୍ୟରେ ତୂଳରୁ ସୂତା ପ୍ରସ୍ତୁତ କରାଯାଏ l

ଅରଣି

ନିଆଁ ବାହାର କରିବାର ନିମିତ୍ତ ବ୍ୟବହୃତ ଦୁଇ ପଥର ବା କାଠଖଣ୍ଡ, ଝକମକି ପଥର, ଦୁଇ ଖଣ୍ଡ କାଠରେ ତିଆରି ନିଆଁ ବାହାର କରିବା ଯନ୍ତ୍ର l ଏହାର ତଳ କାଠ ଅଧରାୟଣି ଏବଂ ଉପରକାଠ ଉତ୍ତରାୟଣି ରୂପେ ପରିଚିତ l ଅଶ୍ଵସ୍ତ ଓ ଶମୀ ଇତ୍ୟାଦି କାଠରେ ଏହା ତିଆରି ହୁଏ l ତଳ କାଠରେ ଥିବା ରନ୍ଧ୍ରରେ ବାଡ଼ି ଭଳି ଥିବା ଲମ୍ବ କାଠକୁ ପୂରାଇ ବାରମ୍ବାର ଘୂରାଇଲେ, ଏହାର ଘର୍ଷଣରୁ ଅଗ୍ନି ବାହାରେ ଓ ଶୁଖିଲା କୁଶ, ତୁଳା ଇତ୍ୟାଦି ସାହାଯ୍ୟରେ ଏଇ ନିଆଁକୁ ସଂଗ୍ରହ କରାଯାଏ l ଆଗରୁ ଏଇ ଉପାୟରେ ନିଆଁ ସଂଗ୍ରହ କରାଯାଇ ହୋମ, ଯଜ୍ଞାଦିରେ ବ୍ୟବହାର କରାଯାଉଥିଲା l

ଅରସା

ଗୋଟାଏ ପ୍ରକାରର ବାଦ୍ୟ ବାଦନ କ୍ରିୟା, ବିବିଧ ଆବର୍ତ୍ତନ ଦେଇ ପୁଣି ମୂଳ ତାଳ ବା ଲୟକୁ ଫେରି ଆସିବାର ପ୍ରକ୍ରିୟାକୁ ଅରସା କୁହାଯାଏ l

ଅରୁଆ

ଉଆ l ଧାନକୁ ଉଷୁଆଁ ନଯାଇ ଯେଉଁ ଚାଉଳ କରାଯାଏ ତାହା ଅରୁଆ ଚାଉଳ l ଏଇ ଚାଉଳରେ ଖିରି,ପିଠା, ଖେଚୁଡ଼ି, ଖ‌ଇ ଇତ୍ୟାଦି ବିଭିନ୍ନ ଭୋଗ ସାମଗ୍ରୀ ପ୍ରସ୍ତୁତ କରାଯାଏ l

ଅଳତାସିନ୍ଦୁର

ବାହାଘର ବେଳେ କୁକର୍ମ ବେଦିରେ ବରକୁ ବସାଇ ବର ଗୋଡ଼ରେ ଅଳତା, ମଥାରେ ସିନ୍ଦୂର, ଆଖିରେ କଜ୍ଵଳ ଇତ୍ୟାଦି ଲଗାଇ ବରକୁ ବେଶ କରି ବନ୍ଦାପନା କରାଯିବାର ନାରୀ ଆଚାର ବିଶେଷ l

ଅଲଙ୍ଗ

ଦୁଇ ଧାଡ଼ିଆ ଚାଳ ଛପର ଘରର ମଝି ଖଞ୍ଜା l ସ୍ଥଳ ବିଶେଷରେ ଦୁଇ ଖଞ୍ଜା ମଧ୍ୟବର୍ତ୍ତୀ ବାରଣ୍ଡା l

ଅଲଗୁଣି

ଅଲୁଗୁଣି l ଶୁଖିଲା ଲୁଗାପଟା ଟାଙ୍ଗିବା ନିମିତ୍ତ କାଠ ବା ବାଉଁଶ ଦଣ୍ଡ, ଯାହାର ଦୁଇମୁଣ୍ଡରେ ଦ‌ଉଡ଼ା ବା ରସି ଲଗାଯାଇ ଉଚ୍ଚସ୍ଥାନରୁ ହାତପାଆନ୍ତା ଉଚ୍ଚତାରେ ଓହଳା ଯାଇଥାଏ l

ଅଶିଣା

ଅଶିଣ ମାସରେ ପାଚୁଥିବା ଲଘୁ ଶାରଦ ଧାନ l ଏହା ଏକ ପ୍ରକାରର ମୋଟା ଧାନ l

ଅଶୁଚି

ଅଶୁଦ୍ଧତା, ଅଶୌଚ, ଜନ୍ମ ଜନିତ ଅଶୌଚ, ଜନାନା ସୂତକ ବା ଛୁତିକିଆ ଓ ମୃତ୍ୟୁଜନିତ ଅଶୌଚକୁ ଶବାଶୌଚ କୁହାଯାଏ l ଜନ୍ମ ଓ ମୃତ୍ୟୁ ଜନିତ ଅଶୌଚରେ ସାଧାରଣତଃ ବାରଦିନ ପର୍ଯ୍ୟନ୍ତ ଶୌଚ ବିଧି ପାଳନ କରାଯାଏ l ଛୁତିକିଆ ଅଶୁଚିର ଦ୍ଵାଦଶ ଦିବସ ବାରରାତ୍ର ଗାଧୁଆରେ ଏବଂ ମୃତିକିଆ ଅଶୁଚି ବାରପତ୍ରରେ ଶେଷ ହୋ‌ଇଥାଏ l

Search Dictionaries

Loading Results

Follow Us :   
  ভাৰতবাণী এপ ডাউনলোড কৰক
  Bharatavani Windows App