भारतीय भाषाओं द्वारा ज्ञान

Knowledge through Indian Languages

Dictionary

Odiya Loka Sanskruti Sabdakosa

Odisha Sahitya Akademi

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

ଫୁଲରି ଉଆଁସ

ଦୀପାବଳୀ ଅମାବାସ୍ୟା, ମହାଳୟା ଅମାବାସ୍ୟା l

ଫୁଲଲାଗି

ଦେବତା ଓ ରାଜା ଇତ୍ୟାଦିକୁ ପୁଷ୍ପବେଶ କରାଇବା l

ଫୁଲଶେଯ

ଫୁଲ ସଜ୍ଜା ଯାଇଥିବା ଶେଯ,ମଧୁଶଯ୍ୟା, ଦମ୍ପତିଙ୍କ ପ୍ରଥମ ମିଳନ ରାତିରେ ଏକାଠି ଶୋଇବାର ସ୍ୱତନ୍ତ୍ର ବିଛଣା l

ଫୁଲସଞ୍ଜ

ସଂଧ୍ୟାରେ ଆରମ୍ଭ ଅବସ୍ଥା,ମୁହଁ ସଞ୍ଜ l

ଫୁଲସଭା

ବିବାହ ଓ ବ୍ରତ ସମୟରେ ବ୍ରାହ୍ମଣ ଓ ପଣ୍ଡିତ ମାନଙ୍କର ଆଶୀର୍ବାଦ ସଭା l ଏଥିରେ ବ୍ରାହ୍ମଣମାନେ ବେଦ ଓ ଶ୍ଲୋକ ପାଠ କରି ଥାଆନ୍ତି l

ଫୁଲହାର

ଫୁଲରେ ଗୁନ୍ଥା ମାଳ l

ଫୁଲା

ପାଣିରେ ସିଝା ଯାଇ ଫୁଲା ଯାଇଥିବା ବଡି ତିଅଣ l

ଫୁଲାଣି

କଣ୍ଟି କିଳାର ଅଗ ଚିରି ଏହାର ପଛ ପଟୁ ମରାଯିବା ଖିଲ l

ଫୁଲି

୧. ପାଟ ଝୁମ୍ପା ୨.ଫୁଲପରି ଦେଖାଯାଉଥିବା ନାକର ଅଳଂକାର,ନାକଫୁଲ l ୩.ବିଶାକାଠିରେ ଚିହ୍ନିତ ଗାରଗୁଡିକ ମଧ୍ୟରୁ ଯଥାକ୍ରମେ ୫,୧୦,୧୫,୨୦ ପଳ ଓଜନର ପରୁଡିରେ ଦିଆଯାଇଥିବା ଦାଗ ଉପରେ ସୂତା ଦିଆଯିବା ସ୍ଥାନରେ ଚିହ୍ନିତ ତାରା ଚିହ୍ନ l ୧ ବିଶା= ୨୫ ପଳ l ୪ ଫୁଲି ଚିହ୍ନ ପର୍ଯ୍ୟନ୍ତ ୨୦ ପଳ l ୪ ଫୁଲି ଆଗ = ପୂରା ୨୫ ପଳ l

ଫୁଲ୍‌ ବାତୁନ୍‌

ଫୁଲଝାଡୁ l

ଫୁଲ୍‌କା

ମାଲ କୁସ୍ତି ପାଇଁ ଘେରା ହୋଇଥିବା ଜାଗା l

ଫୁଲ୍‌ବସ୍‌ବା

ସଙ୍ଗତ ବସିବା ,ଫୁଲ ଦିଆ ନିଆ ହୋ ଇ ଦୁଇ ବାଳିକା ପରସ୍ପର କୁ ଫୁଲ ବୋଲି ଡାକିବା l

ଫୁସିଆର

ଅଣଖିଲ, ଅଣକିଳା, ଶଗଡଚକର ଅଖ ବାହାରେ ମରାଯାଇଥିବା କିଳା l

ଫେଟା

୧. ଚଉଡା ପିନ୍ଧାଲୁଗା l ୨. ଅଣ୍ଟା ଉପରେ ଭିଡା ଯିବା ଲୁଗା l

ଫେଟା ଧଡିଆ

ଚଉଡା ଧଡିଥିବା ଲୁଗା l

ଫେଡ୍‌ରା

ଚ ଉଡା ମୁହାଁ ଚାରିକୋଣିଆ ବଡ ବାଉଁଶିଆ l

ଫେଣା

୧. କଦଳୀ କାନ୍ଧିରେ ଥିବା କଦଳୀ ପେନ୍ଥା l ୨. ମହୁମାଛିଙ୍କ ମହୁ ସଂଚିବା ସ୍ଥାନ, ବସା l

ଫେଣି

୧.ଗୁଡ ବା କନ୍ଦ ଆଉଟି ଢାଳିବା ଦ୍ୱାରା ତିଆରି କରାଯାଉଥିବା ମିଷ୍ଟାନ୍ନ l ୨. ଚିନି ଓ ଅଟା ତିଆରି ସ୍ତର ସ୍ତର ହୋଇଥିବା ଏକ ପ୍ରକାର ମିଷ୍ଟାନ୍ନ l

ଫେତି

ଦୂରକୁ ଟେକା ଛାଡିବା ପାଇଁ ଦଉଡିରେ ତିଆରି ଫାଶ l

ଫେର

୧. ସାମନାରେ ଲମ୍ବିଥିବା ପିନ୍ଧା ଲୁଗାର କୁଞ୍ଚ l ୨. କଟିରେ ଚାରି ପାଖରୁ ବଳି ଥିବା ପିନ୍ଧା ଲୁଗାର ଅଂଶ l ୩. ପାଣିବୁହା ସ୍ଥାନରେ କରାଯିବା ଗଡାଣି l ଏହାକୁ ପଥର ଅଥବା ଘାସ ଚେକା ଦ୍ୱାରା ଛାଉଣି କରାଯାଏ l

Search Dictionaries

Loading Results

Follow Us :   
  ভাৰতবাণী এপ ডাউনলোড কৰক
  Bharatavani Windows App