भारतीय भाषाओं द्वारा ज्ञान

Knowledge through Indian Languages

Dictionary

Odiya Loka Sanskruti Sabdakosa

Odisha Sahitya Akademi

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

ଫୁଲଝାଡ

୧. ଗଛ ଆକାରରେ ସଜ୍ଜିତ ଫୁଲଗୁଚ୍ଛ l ୨. ଏକ ପ୍ରକାର ତୃଣରେ ତିଆରି ଝାଡୁ l

ଫୁଲଝାଡୁ

ମକା ଗୁଳ୍ମ ଜାତୀୟ ଏକ ପ୍ରକାରର ବୁଦାଳିଆ ତୃଣରେ ପ୍ରସ୍ତୁତ ଝାଡୁ, ଛାଞ୍ଚୁଣି l

ଫୁଲଝୁମୁକା

କାନର ତଳ ଅଂଶରେ ପିନ୍ଧାଥିବା ସୁନାର ଅଳଂକାର l

ଫୁଲଡାଲା

ଫୁଲ ତୋଳି ରଖାଯିବା ପାଇଁ ବ୍ୟବହୃତ ଡାଲା l

ଫୁଲତୋଡା

ଫୁଲରେ ତିଆରି ତୋଡା l

ଫୁଲଦେଇ

ରାଜା ବା ସାମନ୍ତମାନେ ଯେଉଁ ନାରୀକୁ ଗାନ୍ଧର୍ବ ମତରେ ବିବାହ କରନ୍ତି l ଏମାନଙ୍କୁ ଫୁଲ ବିବାହୀ ବା ଫୁଲବେହୀ ବୋଲି କୁହାଯାଏ l ଏଇ ଧରଣ ର ନାରୀମାନେ ରାଣୀଙ୍କଠାରୁ ନ୍ୟୂନ ଏବଂ ଦାସୀଙ୍କ ଠାରୁ ଊର୍ଦ୍ଧ୍ୱରେ l

ଫୁଲଦୋଳି

ଚ ଇତ ପୁନେଇଁ ସମୟରେ ଅନୁଷ୍ଠିତ ଦୋଳଯାତ୍ରା,ଏହା ଚୈତ୍ର ଶୁକ୍ଳ ଏକାଦଶୀଠାରୁ ଚୈତ୍ର ପୂର୍ଣ୍ଣମୀ ପର୍ଯ୍ୟନ୍ତ ଅନୁଷ୍ଠିତ ହୁଏ l

ଫୁଲନାଡ

ପିଲା ଜନ୍ମବେଳେ ମାଆ ଗର୍ଭରୁ ପଡୁଥିବା ଫୁଲ ଓ ନାହି ସହିତ ସଂଯୁକ୍ତ ନାଡ l

ଫୁଲପଇଞ୍ଚ

ହାତରେ ପିନ୍ଧାଯିବା ସୁନା ଓ ରୁପାର ଅଳଂକାର ବିଶେଷ l

ଫୁଲପଙ୍ଖା

ଉପରେ ବିଭିନ୍ନ ଫୁଲ ଚିତ୍ର ଥିବା ହାତପଙ୍ଖା,ବିଞ୍ଚଣା l

ଫୁଲପିତା ଖାଇ ଆସିବା

ରଜସ୍ୱଳା କନ୍ୟା ସ୍ୱାମୀ ଘରେ କିଛିଦିନ ରହି ବାପ ଘରକୁ ଫେରି ଆସିବା l

ଫୁଲପିତା ଝିଅ

ରଜସ୍ୱଳା ହୋଇ ସ୍ୱାମୀ ଘରକୁ ଯିବା ପୂର୍ବରୁ ବାପଘରେ ରହିଥିବା ଝିଅ l

ଫୁଲପିତା ଭାର

କନ୍ୟା ରଜସ୍ୱଳା ହେବା ପରେ,ସ୍ୱାମୀ ଘରକୁ ଯିବା ବା ଦୁଆପାଳି ଯିବା ସମୟରେ ନେଉଥିବା ସାଜ ସରଞ୍ଜାମ l

ଫୁଲଫୁଟି

ଗାଁ ଗହଳିରେ ଉପଲବ୍‌ଧ ହେଉଥିବା କେରାଣ୍ଡି, ଦଣ୍ଡକିରା, ବାଲି ଭ ଉଁରା,ଗଡିଶା ଇତ୍ୟାଦି ବିଭିନ୍ନ ଚୁନା ମାଛର ସମାରୋହ l

ଫୁଲବଉଳବେଣୀ

କୁମାର ପୁନେଇଁ ସମୟରେ ଝିଅ ମାନେ କୁବାଇ ଖେଳରେ ଗାଉଥିବା ଗୀତର ଡୁହା l

ଫୁଲବଡି

ବଟା ବିରି ଫେଣା ହୋ ଇ ପରାଯାଉଥିବା ଛୋଟ ଛୋଟ ବଡି l

ଫୁଲବାହା

ମନ୍ଦିରରେ ବରକନ୍ୟା ପରସ୍ପର ଫୁଲମାଳ ଦିଆନିଆ ହୋଇ ହେଉଥିବା ବିବାହ l

ଫୁଲବିବାହୀ

ରାଜା ଫୁଲହାର ଦେଇ ଗାନ୍ଧର୍ବ ମତରେ କରୁଥିବା ବିବାହ l ଏଇ ବିବାହ ପରେ କନ୍ୟା ରାଣୀ ହୋଇପାରେ ନାହିଁ l ରାଜାଙ୍କର ରକ୍ଷିତା ହୋଇ ରହେ l ମାତ୍ର ଏମାନଙ୍କୁ ‘ଫୁଲଦେଇ’ ସମ୍ବୋଧନ କରାଯାଏ l

ଫୁଲରା

ଫୁଲ ବ୍ୟବସାୟୀ l

ଫୁଲରି

ବିରିବଟାକୁ ଛାଣି ତିଆରି ହୋଇଥିବା ପିଠା l

Search Dictionaries

Loading Results

Follow Us :   
  ভাৰতবাণী এপ ডাউনলোড কৰক
  Bharatavani Windows App