भारतीय भाषाओं द्वारा ज्ञान

Knowledge through Indian Languages

Dictionary

Odiya Loka Sanskruti Sabdakosa

Odisha Sahitya Akademi

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

ଫୁଲ ଖଡି

ଫୁଲ ପରି ଧଳା ଖଡି l

ଫୁଲ ଗଭା

ଫୁଲ ତୋଡା,କାଠିର ଚାରିପାଖରେ ଫୁଲ ଖଞ୍ଜା ହୋଇଥିବା ତୋଡା l

ଫୁଲ ଚଢାଇବା

କୌଣସି କାମନା ପୂରଣ ପାଇଁ ଶିବଙ୍କୁ ଗୟସ,ଅରଖ,ଚମ୍ପାଦି ଫୁଲ ଲାଗି l

ଫୁଲ ଚନ୍ଦନ

ଦେବତା ଓ ଅତିଥିଙ୍କ ସତ୍କାର ପାଇଁ ମୁଣ୍ଡରେ ଦିଆଯିବା ଚିତା ଓ ଫୁଲ l

ଫୁଲ ଚାଟି

ବାଉଁଶ ପାତିଆରେ ତିଆରି ଏକ ପ୍ରକାରର ତାଟି l

ଫୁଲ ଛତି

ଫୁଲରେ ତିଆରି ଛତା,ଦେବ ଦେବୀଙ୍କୁ ଏହା ପ୍ରଦାନ କରାଯାଏ l

ଫୁଲ ଜାଲି

ଫୁଲ ଆକାରର ତାରକସି କାମ ହୋଇଥିବା କାନର ଅଳଂକାର l

ଫୁଲ ଟାହିଆ

ସରୁ ବାଉଁଶ କାଠିରେ ଗୁନ୍ଥା,ମୟୂର ପୁଚ୍ଛ ଆକାରରେ ସଜ୍ଜିତ ଫୁଲ l

ଫୁଲ ଠାର

୧. କେତେକ ଫୁଲର ନାଁ ନେଇ କୁହାଯାଉଥିବା ସାଂକେତିକ ଭାଷା l ଯଥା : କିଆ= ‘କ’ ଅକ୍ଷର, ପଦ୍ମ=’ପ’ ଅକ୍ଷର,ଟଗର=’ଟ’ ଅକ୍ଷର ଇତ୍ୟାଦି ବୁଝାଇଥାଏ l ୨. ବାକ୍ୟର ଅକ୍ଷର ଗୁଡିକ ପୂର୍ବରୁ ‘ଫୁଲ’ ସଂଯୋଗ କରି ଠାର ଭାଷା ପ୍ରକାଶ କରିବା l ଯଥା-ସେଫୁଲ କଫୁଲ ଣଫୁଲ କଫୁଲ ରିଫୁଲ ବଫୁଲ l ଫୁଲ କଟିଗଲେ-‘ସେ କଣ କରିବ’ l

ଫୁଲ ଧରିବା

ଫଳିବା ପୂର୍ବରୁ ଗଛରେ ଫୁଲ ହେବା l

ଫୁଲ ପଡିବା

ପିଲା ଜନ୍ମ ସମୟରେ ମାଆ ଗର୍ଭରୁ ଫୁଲ ନାଡା ବାହାର ହେବା l

ଫୁଲ ବଗଡୀ

ଅକାଳରେ ଗର୍ଭପାତ ହେଉଥିବା ନାରୀ l

ଫୁଲ ଶାଗୁଣା

ମାଇ ଶାଗୁଣା l

ଫୁଲଆଲଟ

ବିଭିନ୍ନ ଫୁଲର ଚିତ୍ର ଥିବା ସୁଦୃଶ୍ୟ ଆଲଟ l

ଫୁଲଉଡା

ଧାନଗଛ ପ୍ରଥମେ ଫୁଲ ହୋ ଇ ପବନରେ ଏହାର ରେଣୁ ଉଡିବା l

ଫୁଲକାମ

କାଗଜ,ସୋଲ,ଜରି ଇତ୍ୟାଦିର କାରୁକଳା l

ଫୁଲକିନାରି

ଫୁଲପ୍‌କା ଧଡିଥିବା ଲୁଗା l

ଫୁଲଗୁଣା

ନାକର ଡାହାଣ ପାଖରେ ପିନ୍ଧାଯିବା ବଡ ଗୁଣା l

ଫୁଲଛଉ

ବଅସ ଛଉ,ଯୁବା ବୟସରେ ମୁହଁରେ ହେଉଥିବା ଅସ୍ଥାୟୀ ଧଳା ଛଉ l

ଫୁଲଝରି

କାଠିରେ ବାରୁଦ ବୋଳା ଏକ ପ୍ରକାର ବାଣ,ନିଆଁ ଲାଗିଲେ ଫୁଲ ପରି ଚିକ୍‍ ଚିକ୍‍ ହୁଏ l

Search Dictionaries

Loading Results

Follow Us :   
  ভাৰতবাণী এপ ডাউনলোড কৰক
  Bharatavani Windows App