भारतीय भाषाओं द्वारा ज्ञान

Knowledge through Indian Languages

Dictionary

Odiya Loka Sanskruti Sabdakosa

Odisha Sahitya Akademi

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

ଫାଶିଆରା

୧.ଫାଶି ପାଉଥିବା ଦଣ୍ଡିତ ବ୍ୟକ୍ତିକୁ ଫାଶିଖୁଣ୍ଟରେ ଝୁଲାଇବା ବ୍ୟକ୍ତି l ୨. ଲୋକଙ୍କ ବେକରେ ଫାଶି ଲଗାଇ ତାଙ୍କୁ ଲୁଟୁଥିବା ବ୍ୟକ୍ତି l

ଫାଶିଆରି

ବଡ ଫାଶଯୁକ୍ତ ଭ ଉଁରିଜାଲ,ମୁଣ୍ଡ ଉପରେ ଘୂରାଇ ଏହାକୁ ପାଣିରେ ପକାଇ ମାଛ ଧରାଯାଏ l

ଫାଶିଖୁଣ୍ଟ

ଫାଶି ହୁକୁମ ପାଇଥିବା ବ୍ୟକ୍ତିକୁ ବେକରେ ଦଉଡି ବାନ୍ଧି ଝୁଲାଇବା ପାଇଁ ବ୍ୟବହୃତ ଖୁଣ୍ଟ l

ଫାସୁ

କୋରା ନଡିଆକୁ ଚିପୁଡି ରସ ବାହାର କରିବା ପରେ ଯେଉଁ ନିରସ ଭୁଷି ପରି ପଦାର୍ଥ ରହିଯାଏ, ନଡିଆ ତଷୁ l

ଫିକାଜାଲ

କ୍ଷେପାଜାଲ, ଭଉଁରି ଜାଲ,ଏହାକୁ ପାଣି ଭିତରକୁ ପକାଇ ମାଛ ମରାଯାଏ l

ଫିଙ୍ଗ

ସବାରିର ପଛ ପାଖରେ ଥିବା ବାଉଁଶ, ଯାହାକୁ କାନ୍ଧିଆମାନେ କାନ୍ଧାନ୍ତି l

ଫିଙ୍ଗାଉଳି

ସବାରିର ପଛପାଖ ବାଉଁଶ କାନ୍ଧାଉଥିବା ବେହେରା,ବାହକ l

ଫିତୁରି

ପ୍ରଜାମେଳି,ବିଦ୍ରୋହ l

ଫିମ୍ପ

ଆଖୁଛେଦା, ପୋଡାଯିବା ଆଖୁର ଛେଦା, ଚୋପା l

ଫିମ୍ପି

ଲୁଗା ଓ ଶସ୍ୟ ଇତ୍ୟାଦି ଅଧିକ ଦିନ ରହିଗଲେ ଏହା ଉପରେ ବସିଯାଉଥିବା ବୋଳ l

ଫିର

କବାଟ, ଦରଜା l

ଫିରାଇ

ସୁନ୍ଥା,ଟେରୀ,ମଥା ଉପରେ ବାଳର କୁଣ୍ଡାଇବାର ବିଶେଷ ବିନ୍ୟାସ l

ଫିରିଫିରା

୧. କାନ ଫାଶିଆରେ ନୁଡୁକା ଲାଗିଥିବା କାନର ଅଳଂକାର l ୨. କନା ଝାଲର,ରଥ,ବିମାନ ଇତ୍ୟାଦିର ମଣ୍ଡନ ଉପକରଣ l

ଫୁଇ

ତେରେଣ୍ଡା l ବନସୀ ସୂତାରେ ଲାଗିଥିବା ମୟୂରକାଠି,ସୋଲ କାଠି,ସୂତାକୁ ମାଛ ଟାଣିନେଲେ ଏହା ବୁଡିଯାଏ l

ଫୁକାର

୧. ଛୋଟ ପୋଲ l ୨. ପୋଲତଳେ ପାଣିଯିବା ବାଟ l

ଫୁକିଆ

ପାହାନ୍ତି ତାରା, ଶୁକ୍ରତାରା l

ଫୁକିଆଣି

ଭାତ ଫୁଟିବା ସମୟରେ ରନ୍ଧା ହାଣ୍ଡିରୁ କଢାଯିବା ଗରମ ପାଣି l

ଫୁକ୍‌ନା

ନଟେଇ, ସୂତାଗୁଡା ଆଧାର l

ଫୁଙ୍କ

୧.ଅଳଂକାର ତିଆରି ସମୟରେ ବଣିଆ ଦ୍ୱାରା ନିଆଁକୁ ଫୁଙ୍କିବା l ୨.କଞ୍ଚା କଦଳୀକୁ ପଚାଇବା ପାଇଁ ଧୂଆଁ ଦେବା ରୀତି l ଏଥିପାଇଁ ମାଟିରେ ଗାତ କରି କଦଳୀ ପୋତାଯାଏ l ସେଇ ଗାତରୁ ଛୋଟ ସୁଡଙ୍ଗ ଆସି ଅନ୍ୟ ଏକ ଛୋଟ ଗାତରେ ପହଞ୍ଚି ଥାଏ l ଖାଲି ଗାତରେ ଧୂଆଁ ଦେଲେ ତାହା କଦଳୀ ଥିବା ଗାତରେ ପହଞ୍ଚେ ଓ ବାମ୍ଫ ପାଇ କଦଳୀ ପାଚେ l

ଫୁଙ୍କ ନଳ

୧. ବଣିଆମାନେ ଅଳଂକାର ତିଆରି ବେଳେ ନିଆଁକୁ ଫୁଙ୍କୁ ଥିବା ବଙ୍କାନଳ l ଏହା ଧାତୁରେ ତିଆରି l ୨. ଚୁଲିରେ ଧୂଆଁ କୁହୁଳିଲେ ଫୁଙ୍କ ପବନ ଦେବା ନିମିତ୍ତ ବ୍ୟବହୃତ ନଳ l

Search Dictionaries

Loading Results

Follow Us :   
  ভাৰতবাণী এপ ডাউনলোড কৰক
  Bharatavani Windows App