भारतीय भाषाओं द्वारा ज्ञान

Knowledge through Indian Languages

Dictionary

Odiya Loka Sanskruti Sabdakosa

Odisha Sahitya Akademi

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

ଫରୁଆ

୧. କାଠ ବା ଧାତୁ ତିଆରି ଗୋଲାକାର ପାତ୍ର,ଏହାର ଉପରଟିରେ ଢାଙ୍କୁଣୀ ଏବଂ ତଳଟିରେ ସିନ୍ଦୂର ପ୍ରଭୃତି ରଖାଯାଏ l ୨. ଗୋଲମୁଖ ବା ଛତିବାଲା କଣ୍ଟା

ଫଲା

ଛୁରୀ ଓ ଖଣ୍ଡାର ପତ୍ର, ପାତ l

ଫଳଣା

ଅମୁକ,କୌଣସି ଲୋକର ନାମ ଧରିବାକୁ ନଥିଲେ, ସେଇ ଲୋକ ସ୍ଥାନରେ ଫଳଣା ବୋଲି କୁହାଯାଏ l

ଫଳଥୁଆ

ବିବାହିତା ନାରୀ ଦୁର୍ଗାଷ୍ଟମୀ ଦିନ ବ୍ରତ କରି ମନସ୍କାମନା ପୂରଣ ପାଇଁ ବାଢିବା ଫଳ l

ଫଳଯିବା

୧.ଗାଇ ଷଣ୍ଢ ଦ୍ୱାରା ସଂଗମ ହେବା l ୨.ନାରୀ ଗର୍ଭବତୀ ହେବା l

ଫଳା

୧. ଫରି, ଢାଲ l ୨.ପାନ ଲଟାର ଗଣ୍ଠି ଗୁଡିକରୁ ବାହାରିବା ଶାଖା l

ଫଳାହାର

ଫଳ ଭୋଜନ, ଏକାଦଶୀ ଦିନ ଉପବାସ କରି ବିଭିନ୍ନ ଫଳ ଭୋଜନ କରିବାର ବିଧି l

ଫଳି

ଶଗଡ ବା ନିଶୁଣିର ଦୁଇ ଦଣ୍ଡାକୁ ଯୋଗ କରୁଥିବା ଆଡିପଟା l

ଫସଣ୍ଡିଯିବା

ବଳୁଆ ମାଟି ଯୋଗୁଁ ଗୁଡାଏ ପତ୍ର ଧରି ବଢିବା ମୁଗ,ବିରି ଇତ୍ୟାଦି ଗଛ l ଅତି ଉର୍ବରା ହେତୁ ଏଥିରେ ଫୁଲ,ଫଳ ହୁଏ ନାହିଁ

ଫସର ଫାଟିବା

ସକାଳ ହେବା l

ଫସିଆ

କାନ ଓ ନାକରେ ପିନ୍ଧା ଯାଉଥିବା ସୁନାର ସୂକ୍ଷ୍ମ ଅଳଂକାର l

ଫାଉ

ଉପୁରି ଲାଭ l ଋଣଟଙ୍କା ଆଦାୟ ବେଳେ ଆବଶ୍ୟକତାଠାରୁ ଅଧିକ ଲାଭ l

ଫାଉଁ

କୋରା ନଡିଆକୁ ଚିପୁଡି ରସ କଢାଗଲା ପରେ ରହିଯିବା ଚଷୁ ବା ଭୁଷି ପରି ପଦାର୍ଥ l

ଫାଉଡା

୧. ନଡିଆ,ତାଳ ଓ ଖଜୁରି ଗଛ ବାହୁଙ୍ଗାରେ ମୂଳ ଭାଗ l୨.କୋଦାଳ,କାଙ୍କ l ୩.କଦଳୀ ଗଛର କଞ୍ଚା ଖୋଳପା l

ଫାକୁଟିଆ

ହଳଦିଆ ଓ ନାଲି ମିଶା ରଙ୍ଗ l

ଫାଙ୍ଗୁଳା

ବାଉଳା,କିଛି ମନେ ରଖି ନ ପାରି, ଦାୟିତ୍ୱହୀନତା ପ୍ରକାଶ କରୁଥିବା ବ୍ୟକ୍ତି l

ଫାଜଲ

ବଳି ପଡିବା ଅଂଶ,ବହକା l

ଫାଞ୍ଚେଇବା

ମଳତ୍ୟାଗ ପରେ ଜଳଦ୍ୱାରା ଶୌଚ ହେବା l

ଫାଟକ

ଘର ଚାରିପଟ ବାଡରେ ଲାଗିଥିବା କବାଟ l

ଫାଟୁଆ

ଗୋରୁଙ୍କ ମାରାତ୍ମାକ ସଂକ୍ରାମକ ରୋଗ l

Search Dictionaries

Loading Results

Follow Us :   
  ভাৰতবাণী এপ ডাউনলোড কৰক
  Bharatavani Windows App